ଜଟଣୀ, ୦୧/୧୨: ଜଟଣୀ ଚିନ୍ମୟ ମିଶନ ଶାଖା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ୫ମ ବାର୍ଷିକ ଉତ୍ସବ ସ୍ବାମୀ ଈଶାନନ୍ଦ ସରସ୍ଵତୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଭବାନିପାଟଣା ଚିନ୍ମୟ ମିଶନର ସ୍ବାମୀ ଚନ୍ଦ୍ରଶେଖର ସରସ୍ୱତୀଙ୍କ ଦ୍ୱାରା ଶ୍ରୀ ମଦ୍ ଭଗବତ୍ ଗୀତା ଅଷ୍ଟାଦଶ ଅଧ୍ୟାୟ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା। ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବିଧିବିଧାନ ଅନୁସାରେ  ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ମା’ ବିମଳା, ମା’ ସରସ୍ୱତୀ, ଶ୍ରୀ ହନୁମାନ ଓ ରାଧାକୃଷ୍ଣଙ୍କ ଶ୍ରୀ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି। ସକାଳୁ ମହାପ୍ରଭୁଙ୍କ ମହାସ୍ନାନ, ମଙ୍ଗଳ ଆଳତି, ଭୋଗ ପୂଜା ସହିତ ଯଜ୍ଞ ପୂର୍ଣ୍ଣାହୁତି ସଂପନ୍ନ ହୋଇଯାଇଛି। ସୀତାକାନ୍ତ ଶତପଥୀ, ପଦ୍ମନାଭ ପାଣିଗ୍ରାହୀ, ଅଶୋକ କୁମାର ଶତପଥୀ, ଚିତ୍ତରଞ୍ଜନ ପଣ୍ଡା, ମନ୍ଦିରର ପୂଜକ ବଣ୍ଟି ଭାଇନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *