ଜଟଣୀ, ୦୮/୦୧: ଆଧ୍ୟାତ୍ମିକ ପରିବେଶ ରେ ଜଟଣୀ ଦିବ୍ୟ ଜୀବନ ସଂଘ କାର୍ଯ୍ୟାଳୟ ପରିସରରେ ସ୍ବାମୀ ଦେବାନନ୍ଦଜୀଙ୍କ ୨୬ ତମ ପୁଣ୍ୟ ତିଥି ଆରାଧନା ଦିବସ ପାଳିତ ହୋଇଯାଇଛି।

ସକାଳୁ ଗୁରୁ ପାଦୁକା ପୂଜା, ପ୍ରବଚନ, ଭଜନ, କୀର୍ତ୍ତନ, ସତସଙ୍ଗ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକଙ୍କ ଜୀବନରେ ଗୁରୁଙ୍କ ଆବଶ୍ୟକତା ରହିଛି ବୋଲି ପ୍ରବଚକ କହିଥିଲେ।

ଏହି ଅବସରରେ ଗରିବଙ୍କ ହୃଦୟରେ ଥିବା ନାରାୟଣ ମାନଙ୍କୁ ଖାଦ୍ୟ ପ୍ରଦାନ କରା ଯାଇଥିଲା। ଦିବ୍ୟ ଜୀବନ ସଂଘର ମିନତୀ ମହାପାତ୍ର, ପ୍ରଦୀପ ମହାପାତ୍ର, କାହୁଁ ଚରଣ ସାହୁ, ଗୀତାଞ୍ଜଳି ରାଉତରାୟ , ବିଦ୍ୟୁଲତା ମିଶ୍ର , ମନୋଜ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ପ୍ରସାଦ ବ୍ୟବସ୍ଥା ହୋଇଥିଲା।
