ଜଟଣୀ, ୨୮/୦୭: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନ ଜାମୁକୋଳି ଗ୍ରାମ ପଞ୍ଚାୟତରେ ଆଜି ଶୁଭାରମ୍ଭ ହୋଇଛି “ମୋ ପଞ୍ଚାୟତରେ ମୋ ତହସିଲ ” କାର୍ଯ୍ୟକ୍ରମ। ଜଟଣୀ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜାମୁକୋଳି ସରପଞ୍ଚ ଗୀତାଞ୍ଜଳୀ ରାଉଳ, ସମିତି ସଭ୍ୟ, ରାଜସ୍ୱ ନିରୀକ୍ଷକ, ତହସିଲ କର୍ମଚାରୀଙ୍କ ସମତେ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ତହସିଲଦାର ମୃତ ଜମି ରାୟତଙ୍କ ସଂଶୋଧିତ ନୂତନ ପଟାକୁ ତାଙ୍କର ଉତ୍ତରାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ। ଏହା ସହ ତହସିଲଦାର ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ଜଟଣୀ ତହସିଲ ଅଧିନ ସମସ୍ତ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।