Advertisement

ଜଟଣୀ, ୦୩/୦୮:  ପବିତ୍ର ବନ୍ଧୁତା ଦିବସ ଅବସରରେ ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ୟୁଥ ଫେଡେରେସନ ଓ ମା’ ଖୁଣ୍ଡୁଆଳି ଯୋଗ ସମିତି ପକ୍ଷରୁ ଜଟଣୀ ଅଗ୍ରୱାଲ ଧର୍ମଶାଳା ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବର ଆୟୋଜନ କରାଯାଇଥିଲା।

ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଜଟଣୀ ଅଞ୍ଚଳର ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନ ର ସଭ୍ୟ ମାନେ ଶିବିର କୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ସମୁଦାୟ ୬୦ ୟୁନିଟ ରକ୍ତ କଟକ ରେଡକ୍ରସ ବ୍ଲକ ବ୍ୟାଙ୍କ ପକ୍ଷରୁ ସଂଗ୍ରହ କରାଯାଇଥିଲା।

ଜଟଣୀ ୟୁଥ ଫେଡେରେସନ ସଭାପତି ଅନନ୍ତ ଶତପଥି, ସମ୍ପାଦକ ମନମୋହନ ରାଉତରାୟ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ରନାଥ ମହାକୁଡ଼, ଦୀପକ ମହାକୁଡ଼, ଦୀପକ କୁମାର ଜେନା, ଅମରେଶ ରାଉତରାୟ, ମିହିରକାନ୍ତ କୋଠାରି, ସୁଧାଂଶୁ ଶେଖର ସାହୁ, ଶିବପ୍ରସାଦ ମହାପାତ୍ର, ସନ୍ତୋଷ ହୋତା, ଚିନ୍ମୟ ରଣା, ଚିତ୍ତରଞ୍ଜନ ପ୍ରଧାନ, ଲଷ୍ମୀଧର ସ୍ୱାଇଁ, ଦିଲୀପ ସାହୁଙ୍କ ସମେତ ମା’ ଜଟିଆଣି ଟ୍ରକ ମାଲିକ ମହାସଂଘ, ଜଟଣୀ ସୁରକ୍ଷା ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *