Advertisement

ଜଟଣୀ, ୨୮/୦୭: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ନୂତନ ଡିଆରଏମ ଭାବେ ୧୯୯୮ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବାର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଡିଆରଏମ ଏଚ୍.ଏସ୍. ବାଜୱାଙ୍କ ଠାରୁ ଶ୍ରୀ ତ୍ରିପାଠି ଦାୟିତ୍ୱ ଗ୍ରହଣ କରିଛନ୍ତି। ରେଳମଣ୍ଡଳର ସମସ୍ତ ବିଭାଗର କର୍ମଚାରୀ ମାନେ ଶ୍ରୀ ତ୍ରିପାଠିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।  ଶ୍ରୀ ତ୍ରିପାଠୀ ନୂଆଦିଲ୍ଲୀର ରେଳବାଇ ବୋର୍ଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଫ୍ରେଟ ମାର୍କେଟିଂ) ଭାବରେ କାର୍ଯ୍ୟ କରୁଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ ବଳିଷ୍ଠ କ୍ୟାରିଅର ସହିତ, ସେ ଭାରତୀୟ ରେଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।

Advertisement

Leave a Reply

Your email address will not be published. Required fields are marked *