ବ୍ୟୁରୋ, ୨୯/୧୧: ପୁରୀ ଜିଲ୍ଲା କଣାସ କଲେଜରୁ କ୍ଳାସ ସାରି ଘରକୁ ଫେରିବା ବାଟରେ, ନିଛାଟିଆ ରାସ୍ତାର ସୁଯୋଗ ନେଇ ଜନୈକ ନାବାଳିକା ଛାତ୍ରୀଙ୍କୁ (୧୭ ବର୍ଷ) ରାସ୍ତା ରେ ଅଟକାଇ ଅସଦାଚରଣ କରିବା ଘଟଣାରେ ଜଟଣୀ ଥାନା ଅଧିନ ଜୋରକଣି ବୁଢ଼ାଙ୍ଗରା ଗ୍ରାମର ସୁଦେଇ ଓରଫ ପ୍ରଭାସ ପ୍ରଧାନଙ୍କୁ ଗିରଫ କରିଛି କଣାସ ପୋଲିସ। ସୂଚନା ମୁତାବକ ୧୭ ବର୍ଷୀୟ ଜଣେ ନାବାଳିକା ଛାତ୍ରୀ  କଣାସ କଲେଜରୁ କ୍ଳାସ ସାରି ଘରକୁ ଫେରିବା ବାଟରେ, ନିଛାଟିଆ ରାସ୍ତାର ସୁଯୋଗ ନେଇ ସୁଦେଇ ନାବାଳିକା ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଅସଦାଆଚରଣ କରିବାକୁ ଚେଷ୍ଟା କରିଥିଲେ। ପାଟି କଲେ ମାରିଦେବା ସହ ବାହା ହେବାର ଧମକ ଦେଇଥିଲେ। ନାବାଳିକାର ସାଇକେଲ କୁ ଫିଙ୍ଗି ତାଙ୍କୁ ଟଣା ଓଟରା କରିବା ସମୟରେ, ଛାତ୍ରୀ ଜଣକ ତାଙ୍କ ଭାଇଙ୍କୁ ଫୋନ କରି ଡାକିଥିଲେ। ଭାଇ ଆସୁଥିବା ଖବର ପାଇ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ମଟର ସାଇକେଲ ଯୋଗେ ଖସି ପଳେଇଥିଲେ। ନାବାଳିକା କଣାସ ଥାନାରେ ଲିଖିତ ଅଭିଯୋଗ କରିବା ପରେ କଣାସ ଥାନାଧିକାରୀ ପ୍ରସନ୍ନ କୁମାର ନାୟକ ଘଟଣାକୁ ଗୁରୁତର ସହ ଗ୍ରହଣ କରି ନିଜେ ଏହାର ତଦନ୍ତ ଦାୟିତ୍ବ ନେଇ ଏକ ଟିମ୍ ଗଠନ କରି ବିଭିନ୍ନ ଜାଗାରେ ଚଢ଼ାଉ କରି  ଅଭିଯୁକ୍ତ ପ୍ରଭାସ ପ୍ରଧାନକୁ ମନ୍ଦାରବସ୍ତ  ନିକଟରୁ ଗିରଫ କରି କରିଥିଲେ। ଏ ସଂକ୍ରାନ୍ତରେ କଣାସ ଥାନା କେଶ ନମ୍ବର 278 Dt 28.11.2025  ଦଫା 126(2)/75/76/351(2) BNS /Sec 12 ପୋକସ ଆକ୍ଟ /3 SC/ST Act ରେ କେଶ ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *