ଖୋର୍ଦ୍ଧା,୨/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସଦରମହକୁମାରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ୨୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଆଜକୁ ଦୀର୍ଘ ୨୫ ବର୍ଷ ଧରି ନୀରବିଛ୍ଛିନ୍ନ ଭାବରେ ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ, ଟାଙ୍ଗୀ ଅଞ୍ଚଳର ଜଗନ୍ନାଥ ମନ୍ଦିରର ଆଦ୍ୟ ତଥା ପ୍ରତିଷ୍ଠାତା ସେବକ ଜ୍ୟୋତିର୍ବିଦ ଭାରତ ଭୂଷଣ ଜଗଦ୍ଦେବ ବିଶ୍ୱ ର କଲ୍ୟାଣ ନିମିତ୍ତ ଏବଂ ଟାଙ୍ଗୀ ଅଞ୍ଚଳର ଆବାଳ ବୃଦ୍ଧବନିତାଙ୍କ କଲ୍ୟାଣ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ କରି ଆସୁଛନ୍ତି । ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ରୀତିନୀତି ଅନୁସାରେ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ବାର୍ଷିକ ଉତ୍ସବରେ ଟାଙ୍ଗୀ ଓ ଆଖପାଖ ଅଞ୍ଚଳର ବହୁ ଭକ୍ତ , ଶ୍ରଦ୍ଧାଳୁ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ପ୍ରଭୁଙ୍କ କୃପା ଲାଭ କରିଥିଲେ । ଶେଷରେ ଆନନ୍ଦ ବଜାରରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ । ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଭକ୍ତମାନେ ଯଜ୍ଞ ଉତ୍ସବରେ ସହଯୋଗ କରିବା ନିମନ୍ତେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ଶ୍ରୀଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ଅଙ୍ଗଲାଗି ସେବକ ହରିହର ରଣାଙ୍କ ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରିଛନ୍ତି ।
