ଜଟଣୀ,୨୨/5: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଷଣ୍ଢପୁର ସ୍ଥିତ ସୋସାଇଟି ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନର ୧୧ତମ ଶିକ୍ଷା ସଂଯୋଜନା ଶିବିର ବୁଧବାର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଚବିଶ ଜଣ ଶିଶୁ ଯୋଗଦେଇଥିଲେ। ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ବୟସ ଅଧିକ ହେବା ସତ୍ବେ ବିଦ୍ୟାଳୟରେ ନାମ ପଞ୍ଜୀକୃତ କରିନଥିବା ଶିଶୁ ମାନଙ୍କୁ ସୋଚ୍ ଓ ଅଜିମ୍ ପ୍ରେମଜି ଫାଉଣ୍ଡେସନ ପକ୍ଷରୁ ଚିହ୍ନଟ କରି ଶିକ୍ଷା ଶିବିରରେ ରଖି ଶିକ୍ଷା ଦିଆଯାଉଥିଲା। ଉଦଯାପିତ ଉତ୍ସବରେ ଅତିଥି ଭାବେ ଉତ୍କଳ ଚାରିଟେବୁଲ ଟ୍ରଷ୍ଟ ର ଟ୍ରଷ୍ଟି ଆର୍ କେ ସାହୁ , ଖୋର୍ଦ୍ଧା ରୋଡ଼ ଆର୍ ପି ଏଫ୍ ଏଏସଆଇ ପି କେ ମହାପାତ୍ର, ବରିଷ୍ଠ ସୂଚନା ଅଧିକାରୀ, ୟଙ୍ଗ ଟିଙ୍କର ଫାଉଣ୍ଡେସନର ଜୟସ୍ମିତା ପାତ୍ର ଯୋଗଦେଇଥିଲେ। ଫାଉଣ୍ଡର, ଡାଇରେକ୍ଟର ସୋଚ୍ ମନୋଜ କୁମାର ସ୍ୱାଇଁ ଶିଶୁ ମାନଙ୍କର ଉଜ୍ଜୋଳ ଭବିଷ୍ୟତ ଓ ସଫଳତା ହାସଲ ନିମନ୍ତେ ପିଲା ଓ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ସଭ୍ୟ ରଂଜନ କୁମାର ଧଳ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ, ଶିବିର ମୁଖ୍ୟ- ରୋଜାଲିନ ବେହେରା କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ। ମନସ୍ଵିନୀ, ଅନିତା, ସୌମ୍ୟଜୀତ, କୁମାର , ପ୍ରକାଶ, ଟୁନି, ଆକାଂକ୍ଷା, ପୂଜା, ପ୍ରମୁଖ ଶିବିର ଉତ୍ସବ ପରିଚାଳନା କରିଥିଲେ। ପ୍ରୋଗ୍ରାମ ପରିଚାଳନା ମୁଖ୍ୟ ଲକ୍ଷ୍ମୀପ୍ରିୟା ସିଂ ଧନ୍ୟବାଦ ଦେଇଥିଲେ।