Advertisement

ଜଟଣୀ, ୧୬/୫: ଜଟଣୀ ସୁନ୍ଦରପଦା ୪ଲେନ ବିଶିଷ୍ଟ ରାସ୍ତା ପ୍ରଶସ୍ତକରଣ କାର୍ଯ୍ୟ ଚାଲିଥିବା ବେଳେ, ରାସ୍ତା ନିର୍ମାଣ ପାଇଁ ରାସ୍ତାରେ ଉପରେ ଗଦା ହୋଇଥିବା ମୋରମ, ମେଣ୍ଟାଲ, ବାଲି, ଚିପ୍ସ କୁ କିଛିଦିନ ହେବ କିଛି ଦୁର୍ବୁତ୍ତ ମାନେ ଚୋରି କରି ନେଉଥିବା ବେଳେ, ଆଜି ଜାମୁକୋଳି ଛକ ଠାରେ କିଛି ଯୁବକ ରାସ୍ତା ଉପରୁ ଜେସିବି ଲଗାଇ ମୋରମ ତାଡି ଟ୍ରାକ୍ଟରରେ ନେଉଥିବା ଖବରପାଇ ଏୟାରଫିଲଡ ପୋଲିସ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଯୁବକ ମାନେ ସେଠାରୁ ଚମ୍ପଟ ମାରିଥିଲେ । ପୋଲିସ ଘଟଣା ସ୍ଥଳରୁ ଗୋଟେ ଜେସିବି ଓ ଗୋଟେ ଟ୍ରାକ୍ଟର ଜବତ କରି ତଦନ୍ତ ଚଳାଇଛି।

Advertisement

Leave a Reply

Your email address will not be published. Required fields are marked *