ବ୍ୟୁରୋ: ସୋଫିଟୋରିୟମ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ଖୋର୍ଦ୍ଧା ବଣିଆଟାଙ୍ଗି କ୍ୟାମ୍ପସ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ପ୍ରଫେସର ଡ଼ଃ ହିମାଂଶୁ ମୋହନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ,  ସମ୍ମାନୀତ ଅତିଥି ଭାବେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶିକ୍ଷା ପ୍ରଣତି ମିଶ୍ର ଯୋଗଦେଇଥିଲେ। ମୁଖ୍ୟ ଅତିଥି ପ୍ରଫେସର ଡ଼ଃ ହିମାଂଶୁ ମୋହନ ପାଢ଼ୀ ଜାତୀୟ ପତକା ଉତ୍ତୋଳନ କରିଥିଲେ। 

ଛାତ୍ରଛାତ୍ରୀ ମାନେ ଜଣେ ଜଣେ ସୁନାଗରିକ ହେବା ସହ ନୀତିନିଷ୍ଠ ସମାଜ ଗଠନ କରିବାରେ ସାରଥୀ ସାଜିବା ପାଇଁ ପ୍ରଫେସର ପାଢ଼ୀ ଉପଦେଶ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାନୁଷ୍ଠାନର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *