Advertisement

ବ୍ୟୁରୋ, ୨୨/୦୨: ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ୱର୬ ରେ ଟ୍ରେନରେ ମାଡ଼ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି କେଉଁଝର ଜିଲ୍ଲା ବାମ୍ବେରୀ ଗ୍ରାମର ଶିବଲ ସମଡ଼(୪୨)। ସୂଚନା ମୁତାବକ ଆଜି ସକାଳ ୭.୩୦ସମୟରେ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର  ୬ନମ୍ବର ପ୍ଲାଟଫର୍ମରେ ଉତ୍କଳ ଏକ୍ସପ୍ରେସ ଟ୍ରେନ ଆସିବା ସମୟରେ କୌଣସି କାରଣରୁ ଯୁବକଙ୍କ ସହ ଟ୍ରେନ ମାଡ଼ ହୋଇ , ଯୁବକଙ୍କ ମୃତ୍ୟୁ ଘଟିଥିଲା। ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାରେ ଜିଆରପି ପୋଲିସ ୧୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Advertisement

Leave a Reply

Your email address will not be published. Required fields are marked *