ବ୍ୟୁରୋ,୨୨/୦୨: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧିନ ତରାବୋଇ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମର ବିରେନ କୁମାର ସାହୁଙ୍କ ପୁଅ ବିକାଶ ରଞ୍ଜନ ସାହୁ(୨୧)। ବିକାଶ ତରାବୋଇ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର କମ୍ପୁଟର ସାଇନ୍ସର ତୃତୀୟ ବର୍ଷ ଛାତ୍ର ଥିଲେ। ସୂଚନା ମୁତାବକ ମୃତ ବିକାଶ ସ୍ଥାନୀୟ ତରାଵୋଇ ଗ୍ରାମରେ ନିଜ ବାପାଙ୍କ ସହ ଭଡା ଘରେ ରହି ପାଠ ପଢୁଥିଲେ। ଆଜି କୌଣସି କାରଣକୁ ଛାତ୍ର ଜଣଙ୍କ ଘର କବାଟ ଭିତରପଟୁ ବନ୍ଦ କରି ଫ୍ୟାନରେ ଝୁଲି ପଡ଼ିଥିଲେ। ପଡୋଶୀ ମାନେ ଝରକା ପଟେ ବିକାଶଙ୍କୁ ଫ୍ୟାନ ରେ ଝୁଲି ଥିବାର ଦେଖି ତାଙ୍କ ବାପାଙ୍କୁ ଖବର ଦେଇଥିଲେ। ପରେ ଘର କବାଟ ଭାଙ୍ଗି ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ର ଜଣଙ୍କ କାହିଁକି ଏପରି ପଦକ୍ଷେପ ନେଲେ ତାର ନିରପେକ୍ଷ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *