Advertisement

ଜଟଣୀ,୫/୫: ଚଳିତ ମାଟ୍ରିକ ପରୀକ୍ଷାରେ A1 ଓ A2 ମାର୍କ ରଖିଥିବା ଜଟଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏ ବର୍ଷ A1 ଜଣେ ଛାତ୍ରୀ ପାଇଥିବା ବେଳେ, A2 ରେ ୧୧ ଜଣ, B1 ରେ ୧୮ ଜଣ, B2 ରେ ୨୭ ଜଣ, C ରେ ୩୦  ଜଣ, D ରେ ୯ ଜଣ,  ମୋଟ ୯୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏ ବର୍ଷ ପୂର୍ବ ବର୍ଷ ମାନଙ୍କ ଭଳି  ବିଦ୍ୟାଳୟର ଶତ ପ୍ରତିଶତ ଫଳାଫଳ ହୋଇଛି ।

ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ବିଦ୍ୟାଳୟର ଫଳାଫଳ ଘୋଷଣା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ, ମିଷ୍ଟାନ ଦେଇ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବା ସହ ବିଦ୍ୟାଳୟର ନାମ ରଖିବାକୁ ବକ୍ତବ୍ୟ ରେ କହିଥିଲେ।

ବିଦ୍ୟାଳୟର ଛାତ୍ରୀ ସ୍ରୋତସ୍ୱିନୀ ତ୍ରିପାଠୀ – ୫୪୨ ନମ୍ବର A1 ପାଇଥିବା ବେଳେ ଶୁଭମ କୁମାର ବେହେରା, ରାକେଶ କୁମାର ନାୟକ, ଗିରିଜା ଶଙ୍କର ମୁଦୁଲି, ଅଙ୍କିତା ରାଣୀ ମାଝୀ, ଶୁଭମ କୁମାର ସାହୁ, ଦେବସ୍ମିତା ପଣ୍ଡା, ସଞ୍ଚିତା ସାହୁ, ସୁରଜ କୁମାର ପାଢ଼ୀ, ଶୁଭମ ମହାନ୍ତି, ସାହାନା ଆଞ୍ଜୁମ, ଲଷ୍ମୀପ୍ରିୟା ନାୟକ A2 ପାଇ ପାଇଛନ୍ତି। ଏହି ୧୨ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳମୟ  ଭବିଷ୍ୟତ କାମନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *