ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ଆନୁକୁଲ୍ୟରେ ଆଜି ସନ୍ଧ୍ୟାରେ ରାମଚନ୍ଦ୍ରପୁର ବଜାରସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଭାରତବର୍ଷର ଅନ୍ୟତମ ବରପୁତ୍ର ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀ ଆଜି ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଉଭୟ ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟ ଏହି ଜୟନ୍ତୀ ସଭାରେ ପୌରହିତ୍ୟ କରିଥିଲେ ଓ ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି ପ୍ରାରମ୍ଭିକ ସୁଚନା ଦେଇଥିଲେ । ଓଡିଶାର ଛାତ୍ର ଓ ଯୁବକ ମାନେ ରାଜ୍ୟ ବାହାରେ ତଥା ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ନିଜର ସ୍ବାଭିମାନକୁ ବଜାୟ ରଖି କାର୍ଯ୍ୟ କରିବା ସହିତ ଓଡ଼ିଶାର ସମ୍ମାନକୁ ଜାତୀୟ ତଥା ଆର୍ନ୍ତଜାତୀୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବାକୁ ବିଜୁ ପଟ୍ଟନାୟକ ସବୁ ସମୟରେ ଓଡିଶାର ଛାତ୍ର ଓ ଯୁବକମାନଙ୍କୁ ଆହ୍ବାନ ଦେଇ ଆସୁଥିଲେ ଯାହାକି ତାଙ୍କର ସ୍ବପ୍ନ ଥିଲା ବୋଲି ଆଜିର ଏହି ଜୟନ୍ତୀ ସଭାରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମହିଳାମାନଙ୍କୁ ସାମାଜିକ ସ୍ତରରେ ସଶକ୍ତ କରାଇବାରେ ବିଜୁ ପଟ୍ଟନାୟକଙ୍କ ଭୁମିକା ସବୁ ସମୟରେ ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଜୟନ୍ତୀ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ଛୋଟରାୟ, ବିଜୟରାମ ମହାନ୍ତି, ରବିନ୍ଦ୍ର ପ୍ରସାଦ ମିଶ୍ର,ପୁର୍ବତନ ସରପଞ୍ଚ ଦିବାକାର ମଙ୍ଗରାଜ, ସାହିତ୍ୟିକ ସୁରେଶ ଚନ୍ଦ୍ର ରଥ, ଆଦିନାରାୟଣ ଖଣ୍ଡୁଆଳ, ଇଞ୍ଜିନିୟର ଭକ୍ତବନ୍ଧୁ ଚୌଧୁରୀ,ଶେଖ୍ ସରିଫ, ଦୁର୍ଯ୍ୟୋଧନ ସିଂହ, ସାମାଜିକ କର୍ମୀ ବାସୁଦେବ ସେଠୀ, ଜଟଣୀ ବିକାଶ ପରିଷଦ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଶ୍ରମିକ ନେତା ସାରଙ୍ଗଧର ବେହେରା, ଯୁବ ସଂଗଠକ ସୁଶାନ୍ତ ରାଉତ,କିଶୋର ଚନ୍ଦ୍ର ପାଇକରାୟ, ବିଜୟ ଜେନା, ଆଇନଜୀବୀ ଆଶୁତୋଷ ରାୟ,ପଦ୍ମନାଭ ପାଣିଗ୍ରାହୀ,ନଟବର ସ୍ବାଇଁ, ସନ୍ତୋଷୀ ଜାଲି, ସଞ୍ଜୀବ ସେଠୀ, ସୁବ୍ରତ କୁମାର ନାୟକ, ଧୀରେନ ପ୍ରତିହାରୀ, ଏମ୍.ଡି.ପରଭେଜ ହାଇଦର, ହବିବୁର ରହେମାନ,ବିଜୟ କୁମାର ପ୍ରଧାନ, ଇଂ ରବିନ୍ଦ୍ର ଦାସ ପ୍ରମୁଖ ବିଜୁ ବାବୁଙ୍କ ଜୀବନୀ ସମ୍ପର୍କରେ ଆଲୋଚନା ଉପରୋକ୍ତ ମତବ୍ୟକ୍ତ କରିଥିଲେ । ଶେଷରେ ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *