ବ୍ୟୁରୋ,୨୨/୬: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ପକ୍ଷରୁ ଜୁନ୍ ୨୧ ତାରିଖରେ ରେ ଆନ୍ତର୍ଜାତୀୟ ଯୋଗ ଦିବସର ଏକାଦଶ ସଂସ୍କରଣ ପାଳିତ ହୋଇ ଯାଇଛି। ପ୍ରତିଷ୍ଠାନର ଏକ୍ସଟ୍ରା ଏକାଡେମିକ ଆକ୍ଟିଭିଟିଜ (ଇଏଏ) ଏବଂ ସ୍ବାସ୍ଥ୍ୟସେବା ଅଧୀନରେ କ୍ୟାମ୍ପସର ସ୍ବାସ୍ଥ୍ୟ କ୍ଲବ୍ ସହିତ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ବ୍ୟକ୍ତିବିଶେଷଙ୍କ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଏବଂ ସମାଜରେ ଅଧିକ ସୌହାର୍ଘ୍ଯ ର୍ଘ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିବର୍ଷ ଜୁନ୍ ୨୧ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ଚଳିତ ବର୍ଷ, ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ଥିଲା ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ’।

ଭୁବନେଶ୍ବରର ଏଏସବିଏମ୍ ବିଶ୍ବବିଦ୍ୟାଳୟର ଭାଇସ୍-ଚାନ୍ସେଲର ପ୍ରଫେସର ରଞ୍ଜନ କୁମାର ବଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦର୍ଶକମାନଙ୍କୁ ମାନସିକ ସ୍ବାସ୍ଥ୍ୟ ଏବଂ ସୁସ୍ଥତାର ଗୁରୁତ୍ବ ବିଷୟରେ ଉଦ୍ବୋଧନ ଦେଇଥିଲେ I ସେ ଅଂଶଗ୍ରହଣକାରୀମାନଙ୍କୁ ଶରୀର ଏ ଏବଂ ମନର ସୁସ୍ଥ ବିକାଶ ପାଇଁ ଭଲ ଭଲ ଖାଦ୍ୟ, ନିଦ୍ରା ଏବଂ ଆତ୍ମ-ଶୃଙ୍ଖଳାର ଶକ୍ତିକୁ ଅନୁଭବ କରିବାକୁ ପ୍ରେରଣା ଦେଇଥିଲେ, ଯାହା ସମାଜରେ ସମସ୍ତଙ୍କୁ ଲାଭାନ୍ୱିତ କରିବା ପରିସ୍ଥିତି ସୃଷ୍ଟି କରେ ।
ଆରମ୍ଭରେ ଯୋଗ ପ୍ରଶିକ୍ଷକଙ୍କ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ବିଭିନ୍ନ ଯୋଗ ଆସନ, ପ୍ରାଣାୟାମ ଏବଂ ଧ୍ଯାନ କୌଶଳର ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ବୟସ ବର୍ଗର ଅଂଶଗ୍ରହଣକାରୀମାନେ ଅବେଶନରେ ରେ ସକ୍ରିୟ ଭାବରେ ଜଡିତ ଥିଲେ, ସାମଗ୍ରିକ ସୁସ୍ଥତା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ । ଯୋଗ ପ୍ରଶିକ୍ଷ ପ୍ରଶିକ୍ଷକମାନେ ପ୍ରତ୍ୟେକ ଆସନର ମହତ୍ତ୍ବ ଏବଂ ଉପକାରିତା ବିଷୟରେ ବ୍ୟାଖ୍ୟା କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ, ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେ ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲକର; ଡିନ୍-ଛାତ୍ର ବ୍ୟାପାର ର ପ୍ରଫେସର ରାଜେଶ ରୋଶନ ଦାଶ; ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ ଏବଂ ଅନୁ ନୁଷ୍ଠାନର ଅନ୍ୟ ବରିଷ୍ଠ ସଦସ୍ୟ ଉପସ୍ଥିତ କୁମାର ଜି. ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।