Advertisement

ଜଟଣୀ, ୧୫/୬: ଓଡ଼ିଶାର ବିଭିନ୍ନ ସ୍ଥାନରେ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ, ଜଟଣୀ ବ୍ଲକ ଓଗାଳପଡା ଗ୍ରାମ ଶ୍ରୀଶ୍ରୀ ମୃଗେଶ୍ୱରଙ୍କ ପୀଠରେ ଦେଖାଯାଏ ଏହାର ବ୍ୟତିକ୍ରମ । ବାବା ମୃଗେଶ୍ୱରଙ୍କ ପୀଠରେ ପହିଲି ରଜ ଓ ରଜ ସଂକ୍ରାନ୍ତି ଦିନ ପାଳିତ ହୁଏ ଝାମୁଯାତ୍ରା। ପହିଲି ରଜ ଦିନ ବ୍ରତୀ ମାନେ କୋଇଲେଖା ଓ ବାଲିଭୂଇଁ ଗଛର କଣ୍ଟା ଉପରେ ମେରୁ ଗଡ଼ିଥାନ୍ତି। ଏହା ପରେ ଚଣ୍ଡୀ ମନ୍ଦିର ପୋଖରୀରେ ଗାଧେଇ ପୂଜା କରିବା ପରେ,  ମନ୍ଦିରକୁ ଆସି ଦୁଇଟି ଖୁଣ୍ଟରେ ଗୋଡ଼କୁ ବାନ୍ଧି ମୁଣ୍ଡକୁ ତଳକୁ କରି ଝୁଲି ଅଘୋରତାପ କରିଥାନ୍ତି। ବ୍ରତୀ ମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ରଜ ସଂକ୍ରାନ୍ତି ରେ ନିଆଁ ଉପରେ ଚାଲିଛନ୍ତି । ଲୋକକଥା ଅନୁସାରେ ବହୁ ବର୍ଷ ପୂର୍ବେ ମନସ୍କାମନା ପୂର୍ଣ୍ଣ ପାଇଁ ଜଣେ ବ୍ୟକ୍ତି ମୃଗେଶ୍ୱରଙ୍କ ମନ୍ଦିରରେ  ଗୁହାରୁଆ ପଡ଼ିଥିଲେ, ରାତିରେ ତାଙ୍କୁ ସ୍ବପ୍ନ ହୋଇଥିଲା ପହିଲି ରଜ ଓ ରଜ ସଂକ୍ରାନ୍ତି ଦିନ ମନ୍ଦିର ପରିସରରେ ଝାମୁଯାତ୍ରା କରିବା ନିମନ୍ତେ, ସେବେଠାରୁ ମୃଗେଶ୍ୱରଙ୍କ ପୀଠରେ ଝାମୁଯାତ୍ରା ହୋଇଆସୁଛି ।

Advertisement

Leave a Reply

Your email address will not be published. Required fields are marked *