ବ୍ୟୁରୋ: ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଜଟଣୀ ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ନାଗ ଭୂଷଣ ରାୟଙ୍କ ନେତୃତ୍ୱରେ କର୍ମୀମାନେ ଜଟଣୀ ସିତାରାମ ଛକରେ ଦୃଢ଼ ବିରୋଧ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ନଗର ମଣ୍ଡଳ ସଭାପତି ତିରୁପତି ଶତପଥି, ପୂର୍ବତନ ସଭାପତି ପ୍ରଶାନ୍ତ ପ୍ରଧାନ, କବି ପାଇକରାୟ, ଚିତ୍ତରଞ୍ଜନ ସୁନ୍ଦରାୟ, ତପନ ବାରିକ, ମିଟୁ ମାର୍ଥା, ସୁଶାନ୍ତ ମହାପାତ୍ର, ଧନୁ ବଳିୟାରସିଂ ଏବଂ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା ପ୍ରମୁଖ ରାହୁଲ ଗାନ୍ଧୀ ଓ ଜାତୀୟ କଂଗ୍ରେସ ବିରୋଧରେ ସ୍ଲୋଗାନ କଡା ବିରୋଧ ପ୍ରଦର୍ଶନ କରିଥିଲେ।