Advertisement

ବ୍ୟୁରୋ: ଜଟଣୀ ମହାବିଦ୍ୟାଳୟ ପକ୍ଷରୁ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଶିବବ୍ରତ ଘୋଷ ପ୍ରଥମେ ବୃକ୍ଷରୋପଣ କରିଥିଲେ ଏହା ସହ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ । ବୃକ୍ଷରୋପଣ ଦ୍ବାରା ହିଁ ଜଳବାୟୁ ପରିବର୍ତ୍ତନ କୁ ନିୟନ୍ତ୍ରଣ କରିହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କର, ଡ. ଅନୁପ ମହାନ୍ତି, ଡ. ଅମିତ ବିକ୍ରମ ପଟ୍ଟନାୟକ, ଅଜିତ ସୁନ୍ଦରରାୟ, ଡ. ତପନ ମିଶ୍ର, ରଜନୀ ନାୟକ, ଡ. ବେଣୁଧର ଦାସ, ସାନ୍ତନୁ କୁମାର ପଟ୍ଟନାୟକ, ପ୍ରଭାସ କୁମାର ଲାଲା, କୁମାରେଶ ଛୋଟରାୟ, ସସ୍ମିତା ପଣ୍ଡା, କାର୍ତିକ ଚନ୍ଦ୍ର ଦାସ, ବାଳକୃଷ୍ଣ ଚୌଧୁରୀ, ଡ. ପୁଷ୍ପାଞ୍ଜଳି ସାମଲ, ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *