Advertisement

ବ୍ୟୁରୋ: ଜଟଣୀରେ ପୌର ପରିଷଦ ପ୍ରତିଷ୍ଠାର 51ବର୍ଷ ପୂର୍ତ୍ତି ଉତ୍ସବ ସହ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୋୖର ପରିଷଦ ପକ୍ଷରୁ ସକାଳ ସମୟରେ ରାମଧୁନ ଗାନ କରାଯାଇଥିଲା। ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପୌରାଧକ୍ଷ ଅନନ୍ତ ବେହେରା  ପୋୖର କାର୍ଯ୍ୟଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।  ୨୦୨୨-୨୩ ପାଇଁ ଭଲ କାମ କରିଥିବା ପୌରକର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟା ସମୟରେ  ଜଟଣୀ ଟାଉନ ହଲ ପରିସରରେ ଉଦଯାପନୀ ଉତ୍ସବ ପାଳିତ ହୋଇଥିଲା । ଏଥିରେ ପୋୖର ପରିଷଦର ଅଧକ୍ଷ ଅନନ୍ତ ବେହେରା ସଭାପତିତ୍ବ କରିଥିଲେ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି, ଉପନଗରପାଳ ଆରତୀ ରାଉତଙ୍କ ସମେତ କାଉନସିଲର ମାନେ  ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *