Advertisement

ବ୍ୟୁରୋ: ଜଟଣୀ ବ୍ଲକ ଅଧିନ ପୋଡ଼ପଡା ଗୋପାଳଜୀ ମନ୍ଦିର ପରିସରରେ, ଉତ୍ତରାୟଣୀ ଆଞ୍ଚଳିକ ସଂକୀର୍ତ୍ତନ ପରିଷଦ ଜଟଣୀ ଓ ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘର ମିଳିତ  ସହଯୋଗରେ  ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ୧୨ଟି ଜୋନର କଳାକାର ଓ  ଉତ୍ତରାୟଣୀ ଆଞ୍ଚଳିକ ସଂକୀର୍ତ୍ତନ ପରିଷଦର କଳାକାର ମାନେ ଏଥିରେ ଯୋଗଦେଇଥି।  ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ କଳାକାର  ଆଜି ବୈଠକରେ ଉପସ୍ଥିତ ଥିଲେ।  କଳାକାରରଙ୍କ ସୁବିଧା ଅସୁବିଧା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ କଳାକାର ମାନଙ୍କୁ ମାସିକ ୧୨୦୦ ଟଙ୍କା ଭତ୍ତା ମିଳୁଛି। ଏହି ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ସମସ୍ତ କଳାକାର ଦାବୀ କରିଥିଲେ। ସମସ୍ତ ଜୋନର କର୍ମକର୍ତ୍ତା ମାନଙ୍କୁ ବୈଠକରେ ସମ୍ମାନିତ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *