ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ। ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭିଜିଲାନ୍ସ ଟିମ । ଆଜି ଅପରାହ୍ନ ସମୟରେ ଖୋର୍ଦ୍ଧା ବ୍ଲକର କନିଷ୍ଠ ଯନ୍ତ୍ରୀ ସଂଗୀତା ମହାପାତ୍ର ଲାଞ୍ଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ । ସଂଗୀତା ଏକ ପ୍ରକଳ୍ପର  ବିଲ ପାସ କରେଇଦେବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି l ସଂଗୀତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ବିଭିନ୍ନ ସ୍ଥାନରେ ଏକାକାଳୀନ ଚଢ଼ାଉ ହୋଇଛି।

Leave a Reply

Your email address will not be published. Required fields are marked *