ଜଟଣୀ, ୧୯/୩: ଜଟଣୀ ପୌରାଞ୍ଚଳ ଅଧିନ କୁଦିଆରି ମା’ ଜାଗୁଳାଇଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି ।

ଆଜି ସକାଳୁ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି ମାଝଣା ପୋଖରୀ ରୁ ଜଳ କଳସ ଶୋଭାଯାତ୍ରାରେ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରାଯାଇଥିଲେ । ସାଲା ମଣ୍ଡନ, ସୂର୍ଯ୍ୟ ପୂଜା, ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ ପରେ  ଶୈଳପୁତ୍ରୀ ବେଶରେ ସଜ୍ଜିତ କରାଯାଇଥିଲା। ପରେ ମା’ ଙ୍କୁ ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି,  ଆରତୀ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।  ଚଳିତ ବର୍ଷ ହରେକୃଷ୍ଣ ମଙ୍ଗରାଜ ଓ ରାନୁବାଳା ମଙ୍ଗରାଜ କର୍ତ୍ତା କର୍ତ୍ତୀ ହୋଇଛନ୍ତି। ମନ୍ଦିରର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା,  ସଭପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ ଡି ମହାନ୍ତି,  ଅଶୋକ ଦାଶ , ଭାଗିରଥି ପ୍ରଧାନ,  ପୂର୍ଣଚନ୍ଦ୍ର ସାହାଣୀ , ଜିତେନ୍ଦ୍ର ଜେନା,  ପବିତ୍ର ମୋହନ ରାଣସିଂହ , ବାରିଷ୍ଟର ସୁରେଶ ମିଶ୍ର , ଚନ୍ଦ୍ରଶେଖର ପଣ୍ଡା, ସତୀଶ ପରିଡା , ସାହିଲ ସାହାଣୀ , ବିଶ୍ୱରଂଜନ ସାହୁ, ବିକାଶ ବେହେରା , ଜଗନ୍ନାଥ ବାରିକଙ୍କ ସମେତ ଗ୍ରାମବାସୀ ମହୋତ୍ସବ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *