Advertisement

ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ର ଗ୍ରାମଦେବୀ  ମା’ ଜାଗୁଳାଇଙ୍କ ପୀଠରେ ମଙ୍ଗଳବାର ଠାରୁ  ଆରମ୍ଭ ହୋଇଛି ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ। ମଙ୍ଗଳବାର ସକାଳୁ ମାନସିକ ବ୍ରତଧାରୀ ମହିଳା ଓ ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ କରି ମାଜଣା ପୋଖରୀରୁ ଜଳ କଳସରେ ଆଣି ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିରକୁ ଆସିଥିଲେ। ପରେ ଯଜ୍ଞ ମଣ୍ଡପ ଉପରେ କଳସ ସ୍ଥାପନା କରାଯାଇ ସାଲା ମଣ୍ଡନ, ସୂର୍ଯ୍ୟ ପୂଜା କରାଯାଇଥିଲା।

ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ କରାଯାଇ ପ୍ରଥମେ ଶୈଳପୁତ୍ରୀ ବେଶରେ ସଜ୍ଜିତ କରାଯାଇଥିଲା। ପରେ ଭକ୍ତ ମାନେ ମା’ ଙ୍କୁ ଶୈଳପୁତ୍ରୀ ଦର୍ଶନ ଦେଇଥିଲେ। ପ୍ରତିପଦା ସହିତ ଦ୍ଵିତୀୟା ଥିବାରୁ ରାତ୍ର ଆଠଟା ପରେ ମା’ ଙ୍କୁ ବ୍ରାହ୍ମଚାରିଣୀ ବେଶରେ ସଜ୍ଜିତ କରାଯାଇଥିଲା।

ପରେ ମା’ଙ୍କୁ  ବ୍ରାହ୍ମଚାରିଣୀ ବେଶରେ ଭକ୍ତ ମାନେ ଦର୍ଶନ କରିଥିଲେ। ବୁଧବାର ବିଶ୍ରାମ ଥିବାରୁ ମା’ ପ୍ରତିଦିନ ଭଳି ସାଧାରଣ ବେଶରେ ଦର୍ଶନ ଦେବେ ବୋଲି କହିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା । ଚିତ୍ରକର ବିଜୟ କୁମାର ପଣ୍ଡା ମା’ଙ୍କର ବେଶ କରିଥିଲେ । ଅଭିରାମ କର ଓ ସ୍ଵର୍ଣ୍ଣଲତା କର ଯଜ୍ଞରେ କର୍ତ୍ତା କର୍ତ୍ତୀ ରହିଥିଲେ। ଶକ୍ତିପୀଠ ପରିଚାଳନା କମିଟିର, ସଭାପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ ଡ଼ି ମହାନ୍ତି, ପୂର୍ଣଚନ୍ଦ୍ର ସାହାଣୀ ,  ଅଶୋକ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *