ପବିତ୍ର ଇଦ୍-ଉଲ୍-ଜୁହା ନିମନ୍ତେ ରାଜ୍ୟ ସରକାର ଜୁନ ୩୦ ତାରିଖ ପରିବର୍ତ୍ତେ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି।

୨୯ ତାରିଖ ଦିନ ସମସ୍ତ ସରକାରୀ ଅଫିସ , ବିଦ୍ୟାଳୟ ଓ ବ୍ୟାଙ୍କ ବନ୍ଦ ରହିବ ବୋଲି ଆଜି ସରକାର ଦୁଇଟି ବିଜ୍ଞପ୍ତି କାଢ଼ିଛନ୍ତି।

ପୂର୍ବରୁ  ସରକାରୀ ଛୁଟି ତାଲିକାରେ ୩୦ ତାରିଖ ପବିତ୍ର ଇଦ୍-ଉଲ୍-ଜୁହା ଉଲ୍ଲେଖ ରହିଥିଲା। କିନ୍ତୁ ଆଜି ସରକାର ୩୦ ତାରିଖକୁ ପରିବର୍ତ୍ତନ କରି ୨୯ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *