ବ୍ୟୁରୋ: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ, ରାଜନୀତି କରିବା ପାଇଁ, ଛାଡିଛନ୍ତି ଏୟାର ଇଣ୍ଡିଆ କ୍ୟାପଟେନ୍ ଚାକିରୀ। ୨୦୨୪ରେ ସାଧାରଣ ନିର୍ବାଚନରେ, ଜଟଣୀ ନିର୍ବାଚନୀ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ ମନ୍ମଥ।

ପୂର୍ବରୁ ସେ ଜଟଣୀ ନାଗରିକ କମିଟି ଗଠନ କରି ଲୋକ ମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ। ଜଟଣୀର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ବହୁବାର ଅନଶନ କରିଛନ୍ତି। ବସ୍ତି ବାସିନ୍ଦାଙ୍କୁ  କିପରି ଜାଗା ମିଶନ ମାଧ୍ୟମରେ ପଟା ମିଳିବ ସେଥିପାଇଁ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦେଖାକରିବା ସହ ରାସ୍ତା ରୋକ ମଧ୍ୟ କରିଛନ୍ତି।

ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ୨୦୨୪ରେ ନିର୍ବାଚନ ଲଢ଼ିବେନି ବୋଲି ଆଗରୁ ଘୋଷଣା କରିସାରିଛନ୍ତି। ତାଙ୍କ ଜାଗାରେ ତାଙ୍କ ସାନ ପୁଅ ମନ୍ମଥ ନିର୍ବାଚନ ଲଢ଼ିବ ବୋଲି ଗଣମାଧ୍ୟମରେ ବହୁ ବାର କହିଛନ୍ତି। ଆଜି ମନ୍ମଥ ନିଜ ଇସ୍ତଫା ପତ୍ର କେନ୍ଦ୍ର ସରକାରଙ୍କ ବିମାନ ଚଳାଚଳ ବିଭାଗକୁ ପଠାଇ ଦେଇଛନ୍ତି।

ଇସ୍ତଫା ପତ୍ରକୁ ନେଇ ମା’ଙ୍କ କଥା ହେବାବେଳେ ଭାବବିହୁଳ ହୋଇ କାନ୍ଦି ପକାଇଥିଲେ। ମନ୍ମଥ ୨୦୨୪ରେ ନିର୍ବାଚନ ଲଢ଼ିବା ସ୍ପଷ୍ଟ ହୋଇଥିଲେ ମଧ୍ୟ,  କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାହା ଉପରେ ରହିଛି ସମସ୍ତିଙ୍କ ନଜର।

Leave a Reply

Your email address will not be published. Required fields are marked *