ବ୍ୟୁରୋ: ସୋସାଇଟି ଫର୍ ଚିଲ୍ଡରେନ୍ (ସୋଚ୍) ଅନୁଷ୍ଠାନ ରେ ଉଭୟ ତ୍ରୟ ମାସିକ ଶିକ୍ଷ୍ୟା ସଂଯୋଜନା ଶିବିର  ଏବଂ ଏକ ମାସର ନିଶା ନିବାରଣ ଓ ବ୍ୟାବହାରିକ ପରିବର୍ତ୍ତନ ଶିବିର ର ଉଦଯାପନୀ ଉତ୍ସବ ସୋମବାର ପାଳିତ ହୋଇଯାଇଛି l ଉଭୟ ଶିବିର ରେ ୨୫ ଜଣ ଶିଶୁ , ଯେଉଁ ମାନେ ଅଧାରୁ ପାଠ ଛାଡ଼ି ଦେଇଥିଲେ ଓ ସେଥିମଧ୍ୟରୁ ଅନେକ ପିଲା ବୟସ ଅଧିକ ହେବା ସତ୍ତ୍ୱେ ମଧ୍ୟ ବିଦ୍ୟାଳୟ ରେ ନାମ ପଞ୍ଜୀକୃତ କରିପାରିନଥିଲେ, ଓ ସେହିଭଳି  ୨୦ ଜଣ ଶିଶୁ ଯେଉଁ ମାନେ ଶିକ୍ଷା ଠାରୁ ଦୂରେଇ ରହି ନିଶାସକ୍ତ ହୋଇ  ସମାଜ ର ମୁଖ୍ୟ ସ୍ରୋତ ରୁ ବାହାରିଯାଇଥିଲେ  ସେମାନଙ୍କୁ ସୋଚ୍ ଅନୁଷ୍ଠାନ ଏକ ମାସ ର ଶିବିର ଆୟୋଜନ କରାଯାଇଥିଲା। ସେଠାରେ ଶିଶୁ ମାନଙ୍କୁ ରଖି ଶିଶୁ ମାନଙ୍କ ପୁର୍ନବାର କିଭଳି  ମୁଖ୍ୟସ୍ରୋତ କୁ ଫେରି ଆସିବେ ସେ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ସେଇଭଳି ସୋଚ ଅନୁଷ୍ଠାନ, falcon Marine export ଏବଂ Samvedana Developement Society ଙ୍କ ଉଦ୍ୟମ ରେ ତ୍ରୟମାସିକ ଶିକ୍ଷା ସଂଯୋଜନା ଆୟୋଜିତ ହୋଇଥିଲା ଉକ୍ତ ଶିବିର ରେ ଶିଶୁ ମାନଙ୍କୁ  ରଖି ଶିକ୍ଷା ଦିଆଯାଉଥିଲା ଏଠାରେ ଥିବା ସମସ୍ତ ଶିଶୁ ଭୁବନେଶ୍ୱର ର ବିଭିନ୍ନ ବସ୍ତିରୁ ଯୋଗ ଦେଇଥିଲେ ।

ଏହି ସଭାରେ ମୁଖ୍ୟ ଅତିଥି ଭାବରେ SSEPD: Social Security & Empowerment of Persons With Disabilities Department ର ଅଧ୍ୟକ୍ଷା ଶ୍ରୀମତୀ ନିୟତି ପଟ୍ଟନାୟକ ଯୋଗଦେଇଥିବା  ବେଳେ ସମ୍ମାନିତ ଅତିଥି ଭାବେ Additional secratary, SS&EPD ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଓ CSR CO- Ordinator, Falcon Marine Export Ltd ର ସୁଶ୍ରୀ ଅନିଶା ପଟ୍ଟନାୟକ ଏବଂ ଡ଼. ଗୀତିକା, psychologist , memeber of  Rotary club bhubaneswar  ମଧ୍ଯ ସଭା ରେ ଯୋଗ ଦେଇଥିଲେ । ଏଥି ସହିତ ବିଶେଷ ଅତିଥି ଭାବେ GM, HR Falcon Marine Export Ltd  ଶ୍ରୀଯୁକ୍ତ ମାନସ ଆଚାର୍ଯ୍ୟ  ଏବଂ ମୁଖ୍ୟ ବକ୍ତା ଭାବେ chairperson, SOCH Governing Board member   ର ଶ୍ରୀଯୁକ୍ତ ନିର୍ମଳ କୁମାର ବେହେରା ଉପସ୍ଥିତି ଥିଲେ ତତ୍ ସହିତ ଅନୁଷ୍ଠାନ ର ଫାଉଣ୍ଡର ଶ୍ରୀ ମନୋଜ କୁମାର ସ୍ବାଇଁ ମହୋଦୟ ପ୍ରମୁଖ ଯୋଗ ଦେଇ ସମାଜ ର ମୁଖ୍ୟ ସ୍ରୋତ କୁ ଫେରିବା, ଉଜ୍ଜ୍ୱଳ ଭବିଷ୍ୟତ, ନିଶା ଠାରୁ ଦୂରେଇ ରହିବା ଓ ସଫଳତା ହାସଲ ନିମନ୍ତେ ପିଲା ଓ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ଉଭୟ  ଶିବିର ର ତତ୍ୱାବୋଧକ ରୋଜାଲିନ ବେହେରା ଓ ରଞ୍ଜନ କୁମାର ଧଳ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ  ସଭାର ମୁଖ୍ୟ ବିବରଣୀ ପାଠ କରିଥିଲେ,ଏବଂ ଅନୁଷ୍ଠାନ ର ମୁଖ୍ୟ ମନୋଜ କୁମାର ସ୍ବାଇଁ ମହୋଦୟ ଉଦବୋଧନ ଦେଇଥିଲେ। ଏହି ଅବସରରେ ଶିବିର ର ମୁଖ୍ୟ କାର୍ଯ୍ୟକର୍ତ୍ତା ମନସ୍ଵିନୀ ସ୍ୱାଇଁ, ସୋମ୍ୟାଜିତ ଦାସ ,ଅନିତା ମଙ୍ଗରାଜ, ସୁରେଶ, ସରୋଜ ଡେଭିଡ, ସଚିନ, ଦିପା, ଆଦିତ୍ୟ,ସୁକାନ୍ତ ପରିଡ଼ା ,ଟୁନି ସ୍ବାଇଁ  ପ୍ରମୁଖ ଶିବିର ର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପିଲା ମାନଙ୍କ ସହିତ ନିଜର ସମୟ , ସାହାଯ୍ୟ ସହଯୋଗ ଦେଇ ସଠିକ୍ ଭାବରେ ଶିବିର ପରିଚାଳନା କରିଥିଲେ, ଏଥି ସହିତ ଶିବିର ପରିଚାଳିତ ସମୟ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ହାସଲ କରିଥିବା ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ଲକ୍ଷ୍ମୀପ୍ରିୟା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *