ବ୍ୟୁରୋ: ସୋସାଇଟି ଫର୍ ଚିଲଡ୍ରେନ ( ସୋଚ୍ ) ଏବଂ ଅଜିମ୍ ପ୍ରେମଜି ଫାଉଣ୍ଡେସନର ମିଳିତ ଉଦ୍ୟମରେ ଜଟଣୀ ସୋଚ କାର୍ଯ୍ୟାଳୟରେ ଶିକ୍ଷା ସଂଯୋଜନା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଶିବିରରେ ୨୪ ଜଣ ଶିଶୁ ଯୋଗଦେଇଥିଲେ। ଅଧାରୁ ପାଠ ଛାଡ଼ିଦେଇଥିବା ଶିଶୁ ଓ ବୟସ ହେବା ସତ୍ବେ ବିଦ୍ୟାଳୟ ଯାଉ ନଥିବା ଶିଶୁ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ା ରାଜେଶ କୁମାର, ଜିଏମ୍ ଜୋନାଲ ହେଡ୍ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍, ସମ୍ମାନିତ ଅତିଥି ଭାବେ ଡାକ୍ତର ଲୋକନାଥ ଦାସ, କେୟାର ହସ୍ପିଟାଲ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ, ଅନ୍ୟତମ ଅତିଥିଭାବେ ସ୍ମିତା ସିହ୍ନା, ରୋଟାରୀ କ୍ଲବ ଫ୍ଲେମୀଙ୍ଗ ମେମ୍ବର ଭୁବନେଶ୍ଵର, ଆର୍. ଶଙ୍କର ରାଓ, ଓଆଇସି ଜିଆରପି ଖୋର୍ଦ୍ଧା ରୋଡ ଯୋଗଦେଇଥିଲେ। ଅନୁଷ୍ଠାନର ସଭ୍ୟ ରଂଜନ କୁମାର ଧଳ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରୋଗ୍ରାମ ଇନଚାର୍ଜ ରୋଜାଲିନ ବେହେରା ବିବରଣୀ ପାଠ କରିଥିଲେ। ସୋଚ ଫାଉଣ୍ଡେସନର ମୁଖ୍ୟ ମନୋଜ କୁମାର ସ୍ୱାଇଁ ଶିକ୍ଷା ସଂଯୋଜନା ଶିବିର ଆୟୋଜନ କରିବାର ଉଦେଶ୍ୟ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭ୍ୟ ସୌମ୍ୟଜୀତ ଦାସ, ଅନିତା ମଙ୍ଗରାଜ, ପ୍ରକାଶ ଚନ୍ଦ୍ର କର , ଟୁନି ସ୍ବାଇଁ , ଆକାଂକ୍ଷା ପ୍ରିୟଦର୍ଶିନୀ , ଡେଭିଡ ଶବର ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଲକ୍ଷ୍ମୀପ୍ରିୟା ସିଂ ଧନ୍ୟବାଦ ଦେଇଥିଲେ।