ଖୋର୍ଦ୍ଧା, ୫/୩: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବଡ଼ ଧରଣର ଲୁଟ କରିବା ପାଇଁ ବିଳମ୍ବିତ ରାତ୍ରରେ ଯୋଜନା କରୁଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରି ଧରିଲା ୬ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହେଇଛି ଟାଙ୍ଗୀ ପୋଲିସ । ଘଟଣା ସ୍ଥଳରେ ୬ ଜଣ ଲୁଟେରା ଧରା ପଡିଥିବା ବେଳେ ୨ଜଣ ଚମ୍ପଟ ମାରିଛନ୍ତି । ଡକାୟତ ମାନଙ୍କ ଠାରୁ ଟାଙ୍ଗୀ ପୋଲିସ ୨ ବାଇକ, ୨ ଖଣ୍ଡା , ୧ ପିସ୍ତଲ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ତଥା ଚଣ୍ଡେଶ୍ୱର ଛକ ନିକଟରେ ଥିବା ବେଣୀ-ପଥର ଜଙ୍ଗଲରେ, ୮ ଜଣ ଡକାୟତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଲୁଟ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ, ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ଲୁଟେରାଙ୍କ ଯୋଜନା ପଣ୍ଡ କରିବା ସହିତ ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଡକାୟତ ମାନେ ଖୋରଧା ଜିଲ୍ଲାର ବାଲୁଗାଁ , ବାଣପୁର ଓ ନାଚୁଣୀ ଅଞ୍ଚଳର ବୋଲି ଟାଙ୍ଗୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *