Advertisement

ବ୍ୟୁରୋ: ଜଟଣୀ ୟୁଥ୍ ଫେଡରେସନ୍ ପକ୍ଷରୁ ରବିବାର ସନ୍ଧ୍ୟାରେ, ଜଟଣୀ ଥାନା ଛକ ନିକଟରେ ୮ମ ଯୁବ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅନନ୍ତ ଶତପଥୀ ଉତ୍ସବକୁ ସଭାପତିତ୍ବ କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ IOCL ନିର୍ଦ୍ଦେଶକ ସୁଦୀପ୍ତ ରାୟ, ସିପିଏମ୍ ନେତା ଜନାର୍ଦ୍ଦନ ପତି, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ଡ.ତପନ ମିଶ୍ର ଯୋଗ ଦେଇଥିଲେ।  ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବ ନେତା ଆଶୁତୋଷ ପ୍ରତାପ ସିଂ ମଞ୍ଚ ପରିଚାଳନା କରିଥିଲେ।

ସମ୍ପାଦକ ମନମୋହନ ରାଉତରାୟ ଅନୁଷ୍ଠାନର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ସୁରତାଲ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *