Advertisement

ବ୍ୟୁରୋ: ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚଦୋଳ ମେଳଣ ପଡିଆ, ପିତାପାଣିଆ ମଞ୍ଚରେ ପଶ୍ଚିମାଶମ୍ଭୁ ଯୁବ ସଙ୍ଗଠନ ଓ ସମ୍ବାଦ ସାହିତ୍ୟ ଘର ପିପିଲି ମିଳିତ ସହଯୋଗରେ ଆମ ଗାଁ ଆମ ସାହିତ୍ୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲିକ,  ମୁଖ୍ୟବକ୍ତା ଭାବେ କବି ବିପିନ ମହାନ୍ତି, ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପକ ଡ.ପ୍ରସନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଲେଖକ ନଗେନ୍ଦ୍ର ପଟ୍ଟନାୟକ, ଶିଶୁ ସାହିତ୍ୟିକ ତ୍ରିଲୋଚନ ମହାପାତ୍ର, ରଘୁନାଥ ଜେନା, ସ୍ତମ୍ଭକାର ଅର୍ଜୁନ ଘଡ଼ାଇ, ଜବାହାରଲାଲ ସୁବୁଦ୍ଧି, ସମ୍ବାଦ ସାହିତ୍ୟ ଘର ସଭାପତି ପ୍ରକାଶ ମାର୍ଥା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ କବି ଭିକାରି ଧଳଙ୍କ ସଭାପତିତ୍ୱ କରୁଥିଲେ। ଗାଁରୁ ସହିତ ସାହିତ୍ୟର ସମ୍ପର୍କ କୁ ନେଇ ଆଲୋଚନା ହୋଇଥିଲା । ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଶିକ୍ଷକ ନରେନ୍ଦ୍ର ମୁଦୁଲି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ‘ପଞ୍ଚଦୋଳ ପ୍ରସଙ୍ଗ ପତ୍ରିକା ଓ ଲେଖକ ନରେନ୍ଦ୍ର କୁମାର ମୁଦୁଲିଙ୍କ ରଚିତ ବାପା ଓ ଅନ୍ୟାନ୍ୟ ଗଳ୍ପ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଆସିଥିବା ସମସ୍ତ କବି ମାନେ ନିଜ ନିଜ ରଚିତ କବିତା ପାଠ କରିଥିଲେ। ଶେଷରେ ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବ ଯୁବକ ସଂଘ ସମ୍ପାଦକ ବାସୁଦେବ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *