Advertisement

ଜଟଣୀ,୩୦/୩: ଜଟଣୀ ଲୟାର୍ସ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଆଜି ଆସୋସିଏସନ ହଲରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ଅଧିକାରୀ ଅର୍ଜୁନ ଚରଣ ସାମନ୍ତରାୟ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବେ ସୁଶୀଲ କୁମାର ମହାନ୍ତି ଶପଥ ଗ୍ରହଣ କରିଥିବା ବେଳେ, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ତ୍ରିପାଠୀ, ଉପ ସଭାପତି ଭାବେ ଆଶୁତୋଷ ରାୟ, ଯୁଗ୍ମ ସମ୍ପାଦକ ଭାବେ ରିତେଶ ଶର୍ମା, ସହ ସମ୍ପାଦକ ଭାବେ ଆଶିଷ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ଜଟାଧାରୀ ପ୍ରଧାନ, ପାଠାଗାର ସମ୍ପାଦକ ପ୍ରଭୁରାମ ପାତ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମଧୁସୂଦନ ଅଗ୍ରୱାଲା, ସଞ୍ଜୟ କୁମାର ମହାନ୍ତି, ଦିଲ୍ଲୀପ ଅଗ୍ରୱାଲା, ଜ୍ୟୋତିଶଙ୍କର ବଳିୟାରସିଂହ, ସୁରେଶ ଶର୍ମା, ମଧୁସ୍ମିତା ନାୟକ, ସଞ୍ଜୁଲତା ପ୍ରଧାନ ଓ ତୁମୁଡ଼ି ଶ୍ରୀନିବାସ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ଆସୋସିଏସନର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *