ଜଟଣୀ,୩୦/୪: ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ  ଜଟଣୀ କୌର୍ଟ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ନ୍ୟାୟାଧିଶ ଆନନ୍ଦ ଚନ୍ଦ୍ର ବେଉରା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ରଞ୍ଜନ କୁମାର ଶରଣ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜଟଣୀ ବାର୍ ସୋସିଏସନର ସଭାପତି ଆଲୋକ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ। ଆସୋସିଏସନ ର ସମ୍ପାଦକ ସୁଶାନ୍ତ କୁମାର ସୁବୁଦ୍ଧି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥିମାନେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଆଇନଜୀବୀ ସାନୁଜ କୁମାର ମିଶ୍ର, ସଞ୍ଜୟ କୁମାର ମହାପାତ୍ର, ବିଜୟ କୁମାର ମହାପାତ୍ର, ଶୁଭ୍ରାଂଶୁ ଶେଖର ଜେନା, ବ୍ରଜବନ୍ଧୁ ପ୍ରଧାନ, ପବିତ୍ର କୁମାର ବଳିୟାରସିଂହ, ସୌଭାଗ୍ୟ ଜଗଦେବ, ମାନସ ରଞ୍ଜନ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *