Advertisement

ଜଟଣୀ,୧୧/୦୮: ଜଟଣୀ ରଥିପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦେହରେ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ରୀନା ପ୍ରଧାନ। ପୋଲିସର ସୂଚନା ମୁତାବକ ମହିଳାଙ୍କ ଦେହରେ କୌଣସି କାରଣରୁ ଦୀପ ରୁ ନିଆଁ ଲାଗିଥିଲା। ପରେ ମହିଳାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।  ଜଟଣୀ ପୋଲିସ ୩୦/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisement

Leave a Reply

Your email address will not be published. Required fields are marked *