ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ନବନିର୍ମିତ ଦୁର୍ଗା ମନ୍ଦିର ଏବଂ ଶିବ ପରିବାର ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଶହ ଶହ ଭକ୍ତ ମାତା ରାଣୀ ଏବଂ ଶିବ ପରିବାରର ଦର୍ଶନ କରି ମାଆ ଙ୍କ ର ଆଶ୍ରିବାଦ ନେଇଥିଲେ। ଏହି ଅବସରରେ ୧୦୮ କନ୍ୟା ମାନଙ୍କୁ ପୂଜା କରାଯାଇଥିଲା।

ସନ୍ଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା। ଭକ୍ତ ମାନେ ଯଜ୍ଞ କୁଣ୍ଡରେ ଘିଅ, ନଡ଼ିଆ , ହବନ ସାମଗ୍ରୀ ଅର୍ପଣ କରିଥିଲେ । ଗୋପୀନାଥ ମନ୍ଦିର କମିଟିର ସଭାପତି ମହେଶ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ ଶଙ୍କର ପ୍ରସାଦ ଅଗ୍ରୱାଲଙ୍କ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *