Advertisement

ଜଟଣୀ, ୧୮/୧୧: ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ଦୁଇ ଜଣ ମହିଳା ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧାରୋଡ୍ ଜିଆରପି। ଦୁଇ ମହିଳା ଗଞ୍ଜେଇ ବେପାରୀ ହେଲେ ଉତ୍ତରପ୍ରଦେଶ ଲକ୍ଷ୍ନୋ ଜିଲ୍ଲା ତଲକୋଟରା ଥାନା ଅଞ୍ଚଳର ସୁମନ (୩୧) ଓ ରଜନୀ (୨୦)। ସେମାନଙ୍କ ନିକଟରୁ ୨୮ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ସୂଚନା ଅନୁଯାୟୀ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ର ୪ ନମ୍ୱର ପ୍ଲାଟଫର୍ମରେ ଗଞ୍ଜେଇ ବ୍ୟାଗ୍ ଧରି ଦୁଇ ମହିଳା ଟ୍ରେନ୍ କୁ ଅପେକ୍ଷା କରିଥିଲେ। ପୁଲିସର ସନ୍ଦେହ ହେବାରୁ ପଚରାଉଚରା କରିବା ସହ ବ୍ୟାଗ୍ ଯାଞ୍ଚ ସମୟରେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ। ପରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ସେମାନେ ଗଞ୍ଜେଇକୁ ଜଣେ ବେପାରୀଠୁ ଆଣି ଦିଲ୍ଲୀ ଚାଲାଣ କରୁଥିବା ସିକ୍ଵାର କରିଥିଲେ। ଏ ନେଇ ଖୋର୍ଦ୍ଧାରୋଡ୍ ଜିଆରପି ଥାନାରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଆରପି ଅଧିକାରୀ।

Advertisement

Leave a Reply

Your email address will not be published. Required fields are marked *