Advertisement

ବ୍ୟୁରୋ, ୧/୪: ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସୀ ଖବର। ବିଦେଶ ଯାତ୍ରା ପାଇଁ ଆଉ ଭିସା ଆବେଦନ କରିବାକୁ ଯିବାକୁ ପଡିବିନି ଦିଲ୍ଲୀ କିମ୍ବା କୋଲକାତା ଭଳି ବାହାର ସହରକୁ। ଆଜି ଓଡିଶା ଦିବସରେ ଭୁବନେଶ୍ୱରସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ (BSABT) ପରିସରରେ ‘ଭିଏଫଏସ ଗ୍ଲୋବାଲ’ (VFS Global) ଭିସା ଆବେଦନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ୟୁକେ, ଜାପାନ, ଇଟାଲୀ, ଅଷ୍ଟ୍ରିଆ ଏବଂ ସୁଇଜରଲ୍ୟାଣ୍ଡ ଭଳି ବିଶ୍ୱର ଅନେକ ପ୍ରମୁଖ ଦେଶ ପାଇଁ ଏବେ ଭୁବନେଶ୍ୱରରୁ ହୋଇପାରିବ ଭିସା ଆବେଦନ।

ଏହାଦ୍ୱାରା ଓଡିଶା ବାସୀଙ୍କ ସମୟ ଓ ଅର୍ଥ ସଞ୍ଚୟ ହେବା ସହ ଓଡ଼ିଶାରୁ ଅନ୍ତର୍ଜାତୀୟ ଗମନାଗମନ ଆହୁରି ସହଜ ହେବ।

Advertisement

Leave a Reply

Your email address will not be published. Required fields are marked *