Advertisement

ମୟୂରଭଞ୍ଜ:  ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ବନଦୁର୍ଗା ଘାଟିରେ ଘଟିଛି ଦୁର୍ଘଟଣା। ଯାତ୍ରୀବାହି ବସ ସାଇଶଙ୍କରକୁ ଧକ୍କା ଦେଇଛି ବସ୍। ସାଇଶଙ୍କର ବସ୍ ଟି ଭୂବନେଶ୍ଵର ଅଭିମୁଖେ ଆସୁଥିବା ବେଳେ, ଏକ ଚାଉଳ ବୋଝେଇ ଟ୍ରକ ଗୋଡଭଙ୍ଗା ଘାଟି ଉପରେ, ବସକୁ ଧକ୍କା ଦେଇଥିଲା।

ବସ୍ ଟି ଘାଟିରୁ ୩୦ ଫୁଟ ତଳକୁ ଖସିପଡିଥିବା ବେଳେ, ଟ୍ରକଟି ଘାଟିରେ ଝୁଲି ରହିଥିଲା। ବସରେ ପ୍ରାୟ ୫୦ ଜଣରୁ ଉର୍ଦ୍ଧ ଯାତ୍ରୀ ରହିଥିଲେ। ସେଥିରୁ 20ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ଆହତ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *