Advertisement

ଜଟଣୀ : ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ମହୋତ୍ସବ ପାଲିତ ହୋଇଯାଇଛି।  ଗଛ ଲଗେଇବା ଦ୍ୱାରା ଆମେ କିପରି ଆମ ପରିବେଶର ସୁରକ୍ଷା କରିପାରିବା।  ବାୟୁମଣ୍ଡଳରେ ବଢୁଥିବା ତାପମାତ୍ରାକୁ ଗଛ ଲଗାଇ ଏହାକୁ କିପରି ନିୟନ୍ତ୍ରଣ କରିପାରିବା, ଏହା ଉପରେ ଅତିଥିମାନେ ପିଲାମାନଙ୍କୁ ବୁଝାଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରସନ୍ନ କୁମାର ରଥ ଯୋଗଦେଇ ପିଲାମାନଙ୍କୁ ବୃକ୍ଷର ଉପକାରିତା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ କହିଥିଲେ ଆମେ ସମସ୍ତେ ନିଜ ଘରେ ଦୁଇଟି ଗଛ ଲଗେଇ, ଆମ ପରିବେଶକୁ ଆମେ ରକ୍ଷା କରିବା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *