ବ୍ୟୁରୋ: ଜଟଣୀ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବର ସଭାପତି ଇସ୍ମାଇଲ ଅଲ୍ଲୀଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଥିଲା। ସମ୍ପାଦକ ହୃଦାନନ୍ଦ କୋଦମାସିଂହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମାଜରେ ଅବହେଳିତ ଜନସାଧାରଣ ସ୍ୱର ଗଣମାଧ୍ୟମ ପଲଟିବା ଦରକାର ବୋଲି ଜଟଣୀ ପ୍ରେସ କ୍ଲବର ସମସ୍ତ ସାମ୍ବାଦିକ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ, ବରିଷ୍ଠ ସାମ୍ବାଦିକ ରଙ୍ଗନାଥ ବେହେରା, ରବିନ୍ଦ୍ର ମହାକୁଡ଼, ଅମରେଶ ରାଉତରାୟ, ଯୁବ ସାମ୍ବାଦିକ ସଂଜୀବ ସେଠ, ସୁବ୍ରତ ନାୟକ, ଯଯାତି କେଶରୀ ପ୍ରଧାନ, ସୁରେଶ ମହାରଣା, ଧିରେନ ପ୍ରତିହାରୀ, ହରିହର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।