ବ୍ୟୁରୋ: ଜଟଣୀର ପ୍ରଥମ ପ୍ଲେ ସ୍କୁଲ “ଆଶା ପ୍ଲେ ସ୍କୁଲ”ର ୨୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର କୃଷ୍ଣ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ। ନେତା ତ୍ରିନାଥ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ତଥା ନୋଟାରୀ ଅବନୀ କୁମାର ରାଉତରାୟ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପଦନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ ଯୋଗ ଦେଇଥିଲେ।

ଅତିଥିମାନେ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଚକ୍ରଧର ଶତପଥିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଦ୍ୟାଳୟର ସହ-ସଂସ୍ଥାପକ ପ୍ରଦୀପ କୁମାର ଶତପଥି ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଅତିଥିମାନେ କହିଥିଲେ ଓଡ଼ିଶାରେ ଯେତେବେଳେ ପ୍ଲେ ସ୍କୁଲ କଣ ବୋଲି ବହୁତ ଲୋକ ଜାଣି ନଥିଲେ, ସେତେବେଳେ ସ୍ୱର୍ଗତ ଚକ୍ରଧର ଶତପଥି ଜଟଣୀର ପିଲାମାନଙ୍କ ପାଇଁ ୨୪ ବର୍ଷ ତଳେ ଆଶା ପ୍ଲେ ସ୍କୁଲ ନିର୍ମାଣ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢିବା ସହ କିପରି ନିଜ ଚରିତ୍ର ଗଠନ ପାଇଁ ଶିକ୍ଷା ପ୍ରଦାନ କରାଯାଉଛି। ଏହାରୁ ପାଠ ପଢି ଯେଉଁ ପିଲାମାନେ ଯାଇଛନ୍ତି ସେମାନେ ସବୁ ନିଜ ନିଜ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ବିଦ୍ୟାଳୟର  ଅଧକ୍ଷା ବିଜୟିନୀ ଦାଶ ବିଦ୍ୟାୟର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହ ଶିକ୍ଷୟତ୍ରୀ ମାନଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର କୁନି କୁନି  ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଅଂଶୁମାନ ଶତପଥି, ଇଲା ସାମନ୍ତରା, ଜୟଲକ୍ଷ୍ମୀ କାନୁନଗୋ, ଦିପ୍ତିମୟୀ ମଙ୍ଗରାଜ, ପୂଜା ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *