Advertisement

ବ୍ୟୁରୋ:  ବୁଧବାର ବିଳମ୍ବିତ ରାତିରେ ଜଟଣୀ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଜଣେ ଯୁବକ ଟ୍ରେନ ଆଗକୁ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା, କୋଡୀଙ୍ଗା ଥାନା ଅଞ୍ଚଳର ନରେଶ ଭତରା (୨୫)। ସୂଚନା ଅନୁଯାୟୀ ନରେଶ ଖୋର୍ଦ୍ଧା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତ କାଲି ବୁଧବାର ରାତିରେ, ସେ ଜଟଣୀ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନକୁ ଆସିଥିଲେ।  ଦୁଇ ନମ୍ବର ପ୍ଲାଟଫର୍ମରେ ପୁରୀ -ତପସ୍ୱିନୀ ଟ୍ରେନ ଆସିବା ସମୟରେ ହଟାତ ଯୁବକ ଜଣଙ୍କ ଟ୍ରେନ ଆଗକୁ ଡେଇଁ  ଜୀବନ ହାରିଥିଲେ। ତୁରନ୍ତ ଖବର ପାଇ ଖୋର୍ଦ୍ଧାରୋଡ ଜିଆରପି ଏହାର ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ୧୫/୨୪ରେ ରୁଜୁ କରି, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରି ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା, ଖୋର୍ଦ୍ଧାରୋଡ ଜିଆରପି ଥାନା ଅଧିକାରୀ ଧାରଣୀଧର ପ୍ରଧାନ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *