Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଅଧିନ କାଇପଦର ସ୍ଥିତ ବାବା ବୋଖାରୀଙ୍କ ଉର୍ସ ଉତ୍ସବ ମହାସମାରୋହରେ ପାଳନ ହେଉଛି। ଏହି ଉତ୍ସବରେ ଯୋଗଦେବାପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଏହି ଉତ୍ସବ ଦୁଇ ଦିନ ପାଳିତ ହୋଇଥାଏ।

ବାବାଙ୍କୁ ଦର୍ଶନ କଲେ ସବୁ ମନସ୍କାମନା ପୂରଣ ହୁଏ ବୋଲି ରହିଛି ସମସ୍ତିଙ୍କର ବିଶ୍ୱାସ। ବାବାଙ୍କ ଦର୍ଶନ ପାଇଁ ଚଳିତବର୍ଷ ପ୍ରାୟ ୨୦ହଜାର ଉର୍ଦ୍ଧ ଶ୍ରଦ୍ଧାଳୁ ସମାଗମ ହୋଇଥିବା ଜଣାଯାଇଛି । ସୁରୁଖୁରୁରେ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗ ପକ୍ଷରୁ ସମସ୍ତ ଆୟୋଜନ କରଯାଇଛି। ଅଲୋକମାଳା ରେ ସଜେଇ ହୋଇଛି ବାବା ଙ୍କ ପୀଠ। ବାବା ବୋଖାରୀଙ୍କ ଦର୍ଶନ ପାଇଁ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନେ ଆସିଥାନ୍ତି।

ପରମ୍ପରା ଅନୁଯାୟୀ ହିନ୍ଦୁ ଗୁଡ଼ିଆ ଘରେ ପ୍ରସ୍ତୁତ ଗୁଡ଼ କୋରା ବାବାଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ସେହିପରି ହିନ୍ଦୁ ମାଳି ଘରର ଫୁଲ ବାବା ଙ୍କ ନିକଟରେ ପୂଜା ପାଏ। ମୁସଲମାନ ସମ୍ପଦାୟର ପୂଜକ ପୂଜା ପାଠ କରିବା ସହ  ବାବାଙ୍କୁ ଚାଦର ଚଢାଇଥାନ୍ତି। ବାବାଙ୍କ ଜନ୍ମଦିବସରେ ବାବା ଙ୍କୁ ଦର୍ଶନ କଲେ ବର୍ଷ ବର୍ଷର ପାପ କ୍ଷୟ ହୋଇଯାଏ ବୋଲି ରହିଛି ବିଶ୍ୱାସ ।

Advertisement

Leave a Reply

Your email address will not be published. Required fields are marked *