Advertisement

ଜଟଣୀ: ଜଟଣୀ ବ୍ଳକ ଅଧିନ ରାଣୀପୁର ବାପା ମାଙ୍କ ସେବାଶ୍ରମରେ ରହୁଥିବା, 43ଜଣ ଅସହାୟ ବାପା, ମା’ ମାନେ, ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା, ବ୍ୟକ୍ତିଙ୍କ ଆମର ଆତ୍ମାର ସଦଗତି ପାଇଁ ଦୀପ ଦାନ କରିଛନ୍ତି।

ତା ସହ ମୃତକ ପରିବାର ବର୍ଗଙ୍କୁ ପ୍ରଭୁ ଜଗନ୍ନାଥ ସହାୟ ହେବାପାଇଁ ପାର୍ଥନା କରିଥିଲେ। ଦୁର୍ଘଟଣାରେ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଥିଲେ।

ଏହି ଦୀପଦାନ କାର୍ଯ୍ୟକ୍ରମରେ ସେବାଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା, ସଭାପତି ଜ୍ୟୋତି ମହାରଣା, ସମାଜସେବୀ ବାସୁଦେବ ସେଠୀ ପ୍ରମୁଖ  ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *