Advertisement

ବ୍ୟୁରୋ, ୯/୬: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ମେଡିସିନ ଷ୍ଟୋରରେ ଆଜି ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଗର୍ଭପାତ କିଟ୍ ଜବତ କରିଛି। ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ ଦୋକାନୀ ଏହି ଗର୍ଭପାତ କିଟ୍ ବିକ୍ରି କରୁଥିବା ଚଢ଼ାଉ ସମୟରେ ଜଣାପଡିଛି । ଏହି ଚଢାଉରେ ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗର ତିନି ଜଣିଆ ଟିମ୍ ସାମିଲ ଥିଲେ । ଟିମ୍ ଚଢାଉ କରି ବହୁ ପରିମାଣର ଗର୍ଭପାତ କିଟ୍ ଜବତ କରିଥିବା ଜଣାପଡ଼ିଛି। ଆଗକୁ ଅନ୍ୟ ମେଡ଼ିସିନ ଦୋକାନ ମାନଙ୍କରେ ଚଢ଼ାଉ କରିଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *