ବ୍ୟୁରୋ: ଶିଶୁ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ, ଏହାକୁ ଲକ୍ଷ୍ୟ ରଖି  ଜଟଣୀ ନାଇଜର ପରିସରରେ ହେବାକୁ ଯାଉଛି, ଶିଶୁ ମାନଙ୍କ ପାଇଁ ଆଉ ଏକ କ୍ୟାନସର ହସ୍ପିଟାଲ । ଏହି ହସ୍ପିଟାଲରେ କେବଳ ଛୋଟ ପିଲାଙ୍କ କ୍ୟାନସର ରୋଗର ଚିକିତ୍ସା କରାଯିବ। ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଏହି ପେଡିଆଟ୍ରିକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ। ରାଜ୍ୟ ସରକାର ଏଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ହସ୍ପିଟାଲ ନିକଟରେ ୨ ଲକ୍ଷ ବର୍ଗଫୁଟର ଏକ ଧର୍ମଶାଳା ନିର୍ମାଣ ପାଇଁ, ଆଉ ୧୨୦ କୋଟି ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *