Advertisement

ବ୍ୟୁରୋ: ହାଇଟେକ ମେଡିକାଲରେ ଘଟିଥିବା ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ମୃତ୍ୟୁ ଘଟିଛି। ଡିସେମ୍ବର ୨୯ ତାରିଖରେ ହାଇଟେକ ମେଡିକାଲର ଏସି ମରାମତି ହେବା ସମୟରେ ଏକ ବିସ୍ଫୋରଣ ହୋଇଥିଲା, ସେଥିରେ ଦିଲ୍ଲୀପଙ୍କ ସହିତ ଅନ୍ୟ ମାନେ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଗତ ୩୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଛି ବୋଲି, ମେଡିକାଲ ପକ୍ଷରୁ ଦିଲ୍ଲୀପଙ୍କ ପରିବାରକୁ କୁହାଯାଇଥିଲା। ପରିବାର ଲୋକେ ଶବ ବ୍ୟବଚ୍ଛେଦ ପରେ, ଶବକୁ ଦାହ ସଂସ୍କାର କରିଥିଲେ। ପରେ ଦିଲ୍ଲୀପଙ୍କ ମୃତ୍ୟୁକୁ ସହି ନପାରି ଦିଲ୍ଲୀପଙ୍କ ପତ୍ନୀ ସୌମ୍ୟାଶ୍ରୀ ଜେନା ଜାନୁୟାରୀ ୧ ତାରିଖରେ ଆତ୍ମହତ୍ୟା କରିଥିଲେ।  କିନ୍ତୁ ଗତ ୪ ତାରିଖ ସନ୍ଧ୍ୟା ସମୟରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି, ଭେଣ୍ଟିଲେଟରରୁ ବାହାରିବା ପରେ ସେ ବ୍ୟକ୍ତି ଜଣଙ୍କ ନିଜକୁ ଦିଲ୍ଲୀପ ବୋଲି ପରିଚୟ ପ୍ରଦାନ କରିଥିଲେ। ସେ ନିଜ ନାମ କହିବା ସହ, ଗ୍ରାମ ନାମ, ମା’ ଙ୍କ ନାମ, ଶଶୁରଙ୍କ ନାମ ସହ ନିଜ ବିଷୟରେ ଅନେକ କିଛି କହିବା ପରେ ମେଡିକାଲ କତ୍ତୃପକ୍ଷ ଦିଲ୍ଲୀପ ବଞ୍ଚିଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ତା ପରେ ଏହି ଘଟଣାରେ ଆସିଥିଲା ନୂଆ ମୋଡ଼। କିନ୍ତୁ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ମେଡିକାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦିଲ୍ଲୀପଙ୍କ ଜୀବନ ପ୍ରତି ବିପଦ ରହିଥିବା ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ ଦିଲ୍ଲୀପଙ୍କ ଶଶୁର ସଦାଶିବ ଜେନା।

Advertisement

Leave a Reply

Your email address will not be published. Required fields are marked *