Advertisement

ବ୍ୟୁରୋ: ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ରବିବାର ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ପଡ଼ିଆ ସଫା କରାଯାଇଛି। ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଦେଖିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମେଲଣ ସରିବା ପରେ ପଡ଼ିଆରେ କୁଢ଼କୁଢ଼ ଅଳିଆ ଜମାହୋଇ ପରିବେଶ ପ୍ରଦୂଷଣ ହେଉଥିଲା ।

ପରିବେଶ ର ସୁରକ୍ଷା ପାଇଁ ସଂଘର ସଭ୍ୟ ମାନେ ଏକାଠି ହୋଇ ମେଲଣ ପଡିଆ ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଅବନୀ ରାଉତରାୟ, ସମ୍ପାଦକ ଜବାହରଲାଲ ସୁବୁଦ୍ଧି, ପ୍ରସନ୍ନ କୁମାର ମହାରଥୀ, କିଶୋର ଚନ୍ଦ୍ର ପାଇକରାୟ, ଦୁର୍ଯ୍ୟୋଧନ ସିଂ, ବୈରାଗୀ ଚରଣ ଜେନା, ଅଭିରାମ ସାହୁ, ବାସୁଦେବ ସାହୁ, କେ ରାମା ରାଓ, ସନ୍ତୋସି ଜାନି, ଧୀରେନ ପ୍ରତିହାରୀ, ରାକେଶ ରାଉତରାୟ, ଭକ୍ତବନ୍ଧୁ ଚୌଧୁରୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ମେଲଣ ପଡିଆ ସଫେଇ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *