ବ୍ୟୁରୋ: ଜଟଣୀ ଅଞ୍ଚଳର ସମସ୍ତିଙ୍କ ପ୍ରିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜୁଲଫୁକାର ଅଲ୍ଲୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯  ବୟସ ହୋଇଥିଲା। ସ୍ବର୍ଗତ ଅଲ୍ଲୀ ଖୋର୍ଦ୍ଧା ତୋଟାପଡା ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଭାବେ ଶିକ୍ଷାଦାନ କରିଥିଲେ। ଜଟଣୀ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରଧାନଶିକ୍ଷକ ଭାବେ ପ୍ରମୋସନ ପାଇଥିଲେ। ୩୧ ଜାନୁୟାରୀ ୨୦୦୬ ତାରିଖରେ ସେହି ବିଦ୍ୟାଳୟରୁ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ପରେ ସ୍ୱାଗତ ଅଲ୍ଲୀ ଜଟଣୀ ବଡି ମସଜିଦର ମୌଜନ ଭାବେ ଦାୟିତ୍ୱ ତୁଲାଉଥିଲେ। ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ମଣିଷ ଥିଲେ। ଶିକ୍ଷକତା ପାଇଁ ସେ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ, ଜଟଣୀ ପୁସ୍ତକ ମେଳା ପକ୍ଷରୁ ସମ୍ମାନିତ ହୋଇଥିଲେ। ଆଜି ତାଙ୍କର ବିୟୋଗ ଖବର ପାଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅବନୀ କୁମାର ରାଉତରାୟ, ଶିକ୍ଷକ ନେତା ତ୍ରିନାଥ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ସାମ୍ବାଦିକ ରବୀନ୍ଦ୍ରନାଥ ମହାକୁଡ଼, ଆଇନଜୀବୀ ଅମରେଶ ରାଉତରାୟ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ, ବିଶିଷ୍ଟ ଲୋକମାନେ ସ୍ବର୍ଗତ ଅଲ୍ଲିଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *