ବ୍ୟୁରୋ: ଗତ ଶନିବାର ରାତିରେ ଜଟଣୀ କୁଦିଆରୀ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର, ଜଟଣୀ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜଟଣୀ ଥାନା ଅଧୀନ କୁଦିଆରୀ ଅଞ୍ଚଳର ରାକେଶ ବେହେରା ଓରଫ ଶଙ୍କର(୨୫)। ଜଟଣୀ ଥାନା କେସ ନଂ ୩୯୧/୨୪ ପୋସ୍କୋ ଆକ୍ଟରେ ମାମଲା ରୁଜୁକରି ଜଟଣୀ ପୋଲିସ ଅ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତ ୨୮ତାରିଖ ରାତିରେ ପୀଡିତା ନାବାଳିକା ନିଜ ଭଉଣୀ ସହିତ କୁଦିଆରୀ ବଜାରକୁ କିଛି ସଉଦା କିଣିବା ପାଇଁ ଯାଇଥିଲେ। ଫେରିବା ବେଳେ ଏକା ସାନ ଭଉଣୀ ଫେରିଥିବା ବେଳେ ପୀଡିତା ଭଉଣୀ ଘରକୁ ଫେରିନଥିଲେ। ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ପୀଡିତାଙ୍କୁ ଵିଵସ୍ତ୍ର ଅବସ୍ଥାରେ ପାଇଥିଲେ। ପୀଡିତା ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଜଟଣୀ ପୋଲିସକୁ ଖବର ଦେବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଟଣୀ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।