Advertisement

ବ୍ୟୁରୋ: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ, ଜଟଣୀ ରୋଟାରୀ କ୍ଳବ ନିକଟରେ ଶୀତ ରୁ ରକ୍ଷା ପାଇବା ପାଇଁ, ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ  ସଭାପତିତ୍ୱରେ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ ସାମନ୍ତରାୟ , ଜଟଣୀ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ବିଜୟ କୁମାର  ମହାପାତ୍ର, ସାମ୍ବାଦିକ ସୂର୍ଯ୍ୟ ନାରାୟଣ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ବାବୁ ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନୁଷ୍ଠାନର ଉପସଭାପତି ପ୍ରଦୀପ ମହାପାତ୍ର, ଜ୍ଞାନ ଭୂଷଣ ସାହୁ, ବବୀନ୍ଦ୍ର  ଜେନା , ସୌମେନ୍ଦ୍ର ମିଶ୍ର, ଗୋପାଳ କୃଷ୍ଣ ମହାପାତ୍ର, ମାନସ ଶତପଥୀ, ରାଜୀବ ମହାନ୍ତି,  ସୁଦର୍ଶନ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *